Fale Conosco

Caixinha de Pitacos

Republic Day Speech in Odia | Odia Sadharana tantra divas bhasana | Tuni Lipi Smile

Massagem Tântrica

Republic Day Speech in Odia | Odia Sadharana tantra divas bhasana | Tuni Lipi Smile

Happy Republic Day to everyone. This video is a speech for Republic Day or Sadharana tantra Diwas. I hope you will like this video and this video will help you in preparing your speech. Please do share this video with your friends and comment your opinion. Here in the Complete Speech –

ସମ୍ମାନନୀୟ ସଭାପତି ମହୋଦୟ,

ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ, ଉପସ୍ଥିତ ଭଦ୍ରମଣ୍ଡଳୀ ତଥା ସଜ୍ଜନ ମଣ୍ଡଳୀ ଏବଂ ମୋର ଅତି ପ୍ରିୟ ସାନ ବଡ ଭାଈ ଓ ଭଉଣୀ ମାନେ।

ଆଜି ଆମ୍ଭେ ମାନେ ଏହି ଜାତୀୟ ପତାକା ତଳେ କାହିଁକି ଏକତ୍ରିତ ହୋଇଛନ୍ତି ତାହା ଆପଣମାନେ ଅଳ୍ପ ବହୁତ ଜାଣିଥିବେ। ସେ ବିଷୟରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି।

ସମଗ୍ର ଭାରତ ବର୍ଷ ଯଥା ହିମାଳୟ ଠାରୁ କନ୍ୟାକୁମାରୀ, କାଶ୍ମୀର ଠାରୁ କର୍ଣ୍ଣାଟକ, ହିନ୍ଦୁ ଠାରୁ ମୁସଲମାନ, ଯୈନ ଠାରୁ ଖ୍ରୀଷ୍ଟିଆନ, ରାଜା ଠାରୁ ରଙ୍କ ସମସ୍ତେ ଏହି ଦିବସକୁ ମହାଆନନ୍ଦ ଓ ଉଲ୍ଲାସର ସହ ପାଳନ କରୁଛନ୍ତି। କାରଣ ଆମ ଦେଶ ଆମ ମା ଭାରତ ବର୍ଷ ଦୀର୍ଘ ୨୦୦ ବର୍ଷ ଧରି ବିଦେଶୀ ଇଂରେଜ ମାନଙ୍କ ଦ୍ୱାରା ଶାସିତ ହେଉଥିଲା। ଆମ ମା ଭାରତ ବର୍ଷର ସୁଯୋଗ୍ୟ ସନ୍ତାନ ଯଥା ମହାତ୍ମା ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭ ଭାଈ ପଟେଲ, ଲାଲ ବାହାଦୂର ଶାସ୍ତ୍ରୀ, ଖୁଦିରାମ, ଭାଗତ ସିଂହ ଇତ୍ୟାଦିଙ୍କ ଆତ୍ମବଳୀ ଯୋଗୁଁ ଆମ ଦେଶ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଲାଭ କରିଥିଲା, କିନ୍ତୁ ଆମ ଦେଶକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ କୌଣସି ଶାସନ ଖସଡ଼ା ବା ସମ୍ବିଧାନ ପ୍ରସ୍ତୁତ ହୋଇ ନଥିଲା।

ସେଥିପାଇଁ ଆମ ଦେଶର କିଛି ବିଜ୍ଞ ମହାପୁରୁଷ ମାନେ ଆମ ଦେଶ ପାଇଁ ଏକ ସମ୍ବିଧାନ ପ୍ରଣୟନ କରିବା ପାଇଁ ସ୍ଥିର କଲେ। ଏହାର ଦାଇତ୍ୱ ଡ଼. ଭୀମରାଓ ଆମ୍ବେଦକରଙ୍କ ହାତରେ ଅର୍ପଣ କରାଗଲା। ଦୀର୍ଘ ୨ ବର୍ଷ ୧୧ ମାସ ୧୮ ଦିନର ଆକ୍ଳାନ୍ତ ପରିଶ୍ରମ ଫଳରେ ୧୯୪୯ ମସିହା ନଭେମ୍ବର ମାସ ୨୬ ତାରିଖରେ ଏହାର କାମ ଶେଷ ହୋଇଥିଲା, କିନ୍ତୁ ଏହା ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ କାର୍ଯ୍ୟକାରୀ ହୋଇଥିଲା। ସେହି ଦିନ ଠାରୁ ଆମ ଭାରତବର୍ଷ ଏକ ସାର୍ବଭୌମ, ସାଧାରଣତନ୍ତ୍ର ଓ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେଲା । ସେହି ଦିନକୁ ମନେ ରଖିବା ପାଇଁ ଆମେ ପ୍ରତିବର୍ଷ ଜାନୁଆରୀ ୨୬ ତାରିଖକୁ ସାଧାରଣତନ୍ତ୍ର ବା ଗଣତନ୍ତ୍ର ଦିବସ ରୂପେ ପାଳନ କାରିଆସୁଅଛୁ। “ଗଣ” ଅର୍ଥ ଲୋକ, ତନ୍ତ୍ର ଅର୍ଥ ଶାସନ, ଅର୍ଥାତ ଲୋକ ମାନଙ୍କର ଶାସନ। ଗଣତନ୍ତ୍ର ର ବ୍ୟାଖ୍ୟା ଦର୍ଶାଇ ଆମେରିକାର ରାଷ୍ଟ୍ରପତି ଆବ୍ରାହମ ଲିଙ୍କନ କହିଛନ୍ତି – ” The Government is of the people, by the people and for the people”, ଏହାର ଅର୍ଥ, ଗଣତନ୍ତ୍ର ବା ସରକାର ହେଉଛି ଲୋକମାନଙ୍କର, ଲୋକମାନଙ୍କ ଦ୍ୱାରା ଏବଂ ଲୋକ ମାନଙ୍କ ପାଇଁ।

ସମ୍ବିଧାନ ଦେଶର ଦର୍ପଣ ସଦୃଶ। ଆମ ଦେଶର ସମ୍ବିଧାନ ବିଶ୍ୱର ଏକ ନମ୍ବର ସମ୍ବିଧାନ। ଆମ ସମ୍ବିଧାନ ବର୍ଣ୍ଣ, ଧର୍ମ ନିର୍ବିଶେଷରେ ଦେଶର ପ୍ରତ୍ୟେକ ନାଗରିକ ମାନଙ୍କୁ ସମାନ ଆଧିକାର ପ୍ରଦାନ କରିଛି। ଆମେ ତଥା ଦେଶର ପ୍ରତ୍ୟେକ ନାଗରିକ,ଦେଶ ପାଇଁ ମଧ୍ୟ କିଛି କର୍ତ୍ତବ୍ୟ କରିବାର ଅଛି,କାରଣ ଆମ ଦେଶର ସବୁ ସ୍ତରରେ ଏବେ ମହାବିଶୃଙ୍ଖଳା ର ରାଜତ୍ଵ ଚାଲିଛି। ଲାଞ୍ଚ, ମିଛ, ଦୁର୍ନୀତି ରେ ଆମ ଦେଶ କଳୁଷିତ ହେବାକୁ ଲାଗିଲାଣି। ଆମ ଦେଶ ର ଶିଶୁ ଓ ନାରୀ ଅସୁରକ୍ଷିତ ମାନେହେଲେଣି। ତେଣୁ ମୁଁ ଓ ସମସ୍ତ ଭାରତବାସୀ ଏ ଯତୀୟ ପତାକା ତଳେ ଶପଥ ନେବା, ଆମେ ଏକ ହୋଇ ଆମ ଦେଶକୁ ଆଗେଇ ନେବା।

“Union is strength” ଅର୍ଥାତ ଏକତା ହିଁ ବଳ। ଆମେ ଏକ ହୋଇ ଶତ୍ରୁର ଉତ୍ତୁଙ୍ଗଦର୍ପକୁ ଭୁ ଲୁଣ୍ଠିତ କରିବା। ଦେଶ ର ସ୍ୱାଧୀନତା ଓ ଅଖଣ୍ଡତା ରକ୍ଷା କରିବା, ନାରୀ ସଶକ୍ତିକରଣରେ ସାହାଯ୍ୟ କରିବା। ଆମ ସମ୍ବିଧାନର ଗୌରବ ଓ ମର୍ଯ୍ୟାଦା ରକ୍ଷା କରିବା। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ।

Clique Para Comentar

Leave a Reply

O seu endereço de e-mail não será publicado. Campos obrigatórios são marcados com *

Categorias

To Top